Odisha Link
Bridging the Missing Links in Odisha

ପାରାଦୀପରେ ଅଟକିଲା ଚୀନ୍ ଜାହାଜ

ଓଏଲ୍ ବ୍ୟୁରୋ: ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ। ପାରାଦୀପ ବନ୍ଦରରେ MV ZHE HAI- 505 ନାମକ ଚୀନ୍ ଜାହାଜକୁ ହାଇକୋର୍ଟଙ୍କ ନିର୍ଦେଶରେ ଗିରଫ କଲା ପାରାଦୀପ ମେରାଇନ ପୁଲିସ। ଏକ କଂପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିଲା। ଏହି ଚୀନ ଜାହାଜର ମାଲିକ ଓଡ଼ିଶାର ଏକ କମ୍ପାନୀରୁ ପ୍ରାୟ କୋଟିଏ ଟଙ୍କା ବକେୟା ଦେଇ ନଥିବା ଅଭିଯୋଗ ରହିଛି।

Leave A Reply

Your email address will not be published.