କେରଳ ଭୂସ୍ଖଳନ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ବଢ଼ାଇଲେ ସହାୟତାର ହାତ
ଓଏଲ୍ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଶୋକ ପ୍ରକାଶ କରିବା ସହ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେରଳ ସରକାର। ୱାଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଉଦ୍ଧାର କାର୍ଯ୍ୟରେ ଜାରି ରହିଥିବାବେଳେ ଦୁଇ ଜଣ ଓଡ଼ିଆ ଡାକ୍ତର ନିଖୋଜ ଥିବା ଜଣା ପଡିଥିବାବେଳେ ଏବେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ୍ୟୁବରଣ କରିଥିବା ଓଡ଼ିଆ ଡାକ୍ତର ଜଣକ ହେଉଛନ୍ତି କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ନିଖୋଜ ନେଇ ବାପା ଅମର ଚିନାରା ସୂଚନା ଦେଇଥିଲେ। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା ନିଖୋଜ ବିଷ୍ଣୁପ୍ରସାଦ ଚିନାରାଙ୍କ ବାପା ଅମର ଚିନାରା ସୂଚନା ଦେଇଥିଲେ। ଅନେକ ଖୋଜାଖୋଜି ପରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ, କେରଳ ଟ୍ରାଜେଡି ପରେ ୨ ଓଡ଼ିଆ ଅଧିକାରୀଙ୍କୁ ୱାୟନାଡ଼ ପଠାଯାଇଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ପଠାଯାଇଛି। ମୃତକ ଓ ନିଖୋଜଙ୍କ ପରିବାରକୁ ସହାୟତା ପାଇଁ ଉଭୟଙ୍କୁ ପଠାଯାଇଛି। ଉଭୟଙ୍କୁ ପଠାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ପଠାଯାଇଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ ସହ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
https://x.com/CMO_Odisha/status/1818570950411207025