ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ମମତା ମହନ୍ତ
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହନ୍ତ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ବିଜେଡି ସାଂସଦ ମମତା ମହନ୍ତ ଗତ ୨୦୨୦ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଆସନ୍ତା ୨୦୨୬ ଏପ୍ରିଲରେ ମମତା ମହନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଛି। କାର୍ଯ୍ୟକାଳ ଶେଷ ହେବ ପୂର୍ବରୁ ବିଜେଡି ସାଂସଦ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।