Odisha Link
Bridging the Missing Links in Odisha

କେରଳ ଭୂସ୍ଖଳନ: ନିଖୋଜ ଓଡ଼ିଆ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଓଏଲ୍‌ ବ୍ୟୁରୋ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଯାବତ ହସ୍ତଗତ ହୋଇଥିବା ଖବର ଅନୁସାରେ, ଭୂସ୍ଖଳନରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଶୋକ ପ୍ରକାଶ କରିବା ସହ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେରଳ ସରକାର। ୱାଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଉଦ୍ଧାର କାର୍ଯ୍ୟରେ ଜାରି ରହିଥିବାବେଳେ ଦୁଇ ଜଣ ଓଡ଼ିଆ ଡାକ୍ତର ନିଖୋଜ ଥିବା ଜଣା ପଡିଥିବାବେଳେ ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ୍ୟୁବରଣ କରିଥିବା ଓଡ଼ିଆ ଡାକ୍ତର ଜଣକ ହେଉଛନ୍ତି କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ନିଖୋଜ ନେଇ ବାପା ଅମର ଚିନାରା ସୂଚନା ଦେଇଥିଲେ। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା ନିଖୋଜ ବିଷ୍ଣୁପ୍ରସାଦ ଚିନାରାଙ୍କ ବାପା ଅମର ଚିନାରା ସୂଚନା ଦେଇଥିଲେ। ଅନେକ ଖୋଜାଖୋଜି ପରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave A Reply

Your email address will not be published.