Odisha Link
Bridging the Missing Links in Odisha

ଆଇଏଏସ୍‌ ପଦ ହରାଇଲେ ପୂଜା ଖେଡ଼କର, ପ୍ରାର୍ଥିତ୍ବ ରଦ୍ଦ କଲା ୟୁପିଏସ୍‌ସି

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ଼ ଝଟକା। ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ପାଇ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ପ୍ରାର୍ଥିତ୍ୱ ରଦ୍ଦ କରାଯାଇଛି। ପ୍ରାର୍ଥିତ୍ୱ ରଦ୍ଦ ନିର୍ଦ୍ଦେଶ ଯୋଗୁଁ ଆଇଏଏସ୍‌ ପଦବୀ ହରାଇଲେ ପୂଜା। ଭବିଷ୍ୟତରେ ୟୁପିଏସ୍‌ସି ପରିଚାଳିତ କୌଣସି ପରୀକ୍ଷା ଦେଇ ପାରିବେନି। ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଜାଲ୍ ଭିନ୍ନକ୍ଷମ ଓ ଓବିସି ପ୍ରମାଣପତ୍ର ଦେଇଥିଲେ। ବିବାଦରେ ଫସିଥିବା ପୂଜାଙ୍କ ପିରୋଧରେ ୟୁପିଏସ୍‌ସି ମାମଲା ରୁଜୁ କରିଛି। ଏହାସହ ସିଭିଲ ସେବା ପରୀକ୍ଷା ୨୦୨୨ରୁ ତାଙ୍କ ସଦସ୍ୟତା ରଦ୍ଦ ଏବଂ ଭବିଷ୍ୟତରେ ପରୀକ୍ଷା ଦେବାରୁ ତାଙ୍କୁ କାହିଁକି ରୋକା ଯିବନି ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ସୂଚନା ଅନୁସାରେ, ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ପୂଜା ଆଇଏଏସ୍‌ ଚାକିରି ପାଇବାରେ ସକ୍ଷମ ହୋଇଥିବା ଅଭିଯୋଗ ହେବା ପରେ ତାଙ୍କ ଚାକିରି ସଙ୍କଟ ମଧ୍ୟକୁ ଚାଲି ଯାଇଥିଲା। ଯେଉଁ ସରକାରୀ ହସ୍ପିଟାଲ ପୂଜାଙ୍କୁ ମାନସିକ ରୂପେ ଅସୁସ୍ଥ ଥିବା ସହ ଦୃଷ୍ଟିବାଧିତ ଥିବା ଦର୍ଶାଇ ସାର୍ଟିଫିକେଟ ପ୍ରଦାନ କରିଥିଲେ ଏବେ ଉକ୍ତ ହସ୍ପିଟାଲକୁ ରିପୋର୍ଟ ତଲବ କରାଯାଇଥିଲା।

ୟୁପିଏସସି ପକ୍ଷରୁ କୁହାଯାଇଛି, ‘ପୂଜା ଖେଡକରଙ୍କ ବିରୋଧରେ ବିସ୍ତୃତ ଯାଞ୍ଚ କରାଯାଇଛି। ସିଭିଲ ସେବା ପରୀକ୍ଷା ୨୦୨୨ରେ ସେ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତାଙ୍କର ପରୀକ୍ଷା ଦେବା ଲିମିଟ ଶେଷ ହୋଇଯାଇଥିଲା। ଏହା ସତ୍ତ୍ବେ ସେ ନିଜ ପରିଚୟକୁ ଜାଲିଆତି କରି ୟୁପିଏସସିର ସିଭିଲ ପରୀକ୍ଷା ଦେଇଥିଲେ। ସେ କେବଳ ନିଜ ନାଁ ବଦଳାଇ ନଥିଲେ, ବାପା, ମାଆଙ୍କ ନାଁ ବଦଳାଇ ଦେଇଥିଲେ। ଏପରିକି ଫଟୋ ବି ବଦଳାଇ ଦେଇଥିଲେ।

Leave A Reply

Your email address will not be published.