‘କରୋନା ସମୟରୁ ଅଚଳ ହୋଇଛି ୩ ହଜାରରୁ ଅଧିକ କ୍ଷୁଦ୍ରଶିଳ୍ପ’
ଓଏଲ୍ ବ୍ୟୁରୋ: ବଜେଟ୍ ଅଧିବେଶନର ଅଷ୍ଟମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପୂର୍ବ ସରକାରରେ ୧୧ ହଜାର ୪୩୨ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। କରୋନା ସମୟରେ ୩ ହଜାର ୨୦୭ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। ସର୍ବାଧିକ ବାଲେଶ୍ବରରେ ୫୬୭, ଗଂଜାମରେ ୪୮୪ କ୍ଷୁଦ୍ରଶିଳ୍ପ, ସମ୍ବଲପୁରରେ ୩୨୧, ବଲାଙ୍ଗୀରରେ ୨୮୮ କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। ଭୁବନେଶ୍ବରର ୨୮୪ଟି କ୍ଷୁଦ୍ରଶିଳ୍ପ ବନ୍ଦ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ କ୍ଷୁଦ୍ରଶିଳ୍ପ ପୁନଃ ଚାଲୁ କରିବାକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ହୋଇଥିବା ନେଇ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାସଭାରେ ଉତ୍ତର ରଖିଛନ୍ତି।