Odisha Link
Bridging the Missing Links in Odisha

ଏଣିକି ବୟସ୍କଙ୍କ ଘରେ ପହଞ୍ଚିବ ମାଗଣା ଚାଉଳ, ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଦେବେ ଟିପଚିହ୍ନ

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ଅଷ୍ଟମ ଦିବସ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଦେଇଛନ୍ତି ମନ୍ତ୍ରୀ। ରାଜ୍ୟରେ ରାସନ କାର୍ଡ ମାଧ୍ୟମରେ ମାଗଣା ଚାଉଳ ପାଉଥିବା ବୟସ୍କ ବ୍ୟକ୍ତିଙ୍କ ଅସୁବିଧା ଦୂର ହେବ। ଯେଉଁ ବୟସ୍କ ବ୍ୟକ୍ତି ଅକ୍ଷମ ଥିବେ ସେମାନଙ୍କୁ ଘରେ ନେଇ ଚାଉଳ ପ୍ରଦାନ କରାଯିବାର ଯୋଜନା କରାଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଚାଉଳ ନେବା ଟିପଚିନ୍ହ ବାଧ୍ୟତାମୂଳକ ଥିବାରୁ ସେମାନେ ମଧ୍ୟ ଚାଉଳ ନେବା ପାଇଁ ଟିପଚିହ୍ନ ଦେବେ, ଏଥିପାଇଁ ସେମାନଙ୍କ ଘରୁ ବ୍ୟବସ୍ତା କରାଯିବ। ରାଜ୍ୟସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ଆପ ବ୍ୟବସ୍ଥା ପ୍ରସ୍ତୁତ କରୁଛନ୍ତି।

ଅନ୍ୟପଟେ, ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, ରାଜ୍ୟରେ ୭୮ ପ୍ରତିଶତ ବ୍ୟକ୍ତି ମାଗଣା ଚାଉଳ ପାଉଛନ୍ତି। ୧୬ ଲକ୍ଷରୁ ଅଧିକ ଭୂତ ରାସନ କାର୍ଡଧାରୀ ରହିଥିବା ସୂଚନା ରହିଛି। ୬ ଲକ୍ଷ ୧୯ ହଜାର ୮୩୬ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାସନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ସରକାର ଏ-KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ।

Leave A Reply

Your email address will not be published.