Odisha Link
Bridging the Missing Links in Odisha

ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ଓଏଲ୍ ବ୍ୟୁରୋ:  ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍‌ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଏକ ୩ ଦିନିଆ ପରିଦର୍ଶନରେ ଆସି ପହଂଚିଛନ୍ତି । ଏହା ପ୍ରତିନିଧି ଦଳ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ବ୍ୟତୀତ ଓଡ଼ିଶାର ସଂସ୍କୃତି ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିବେ । ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଭିଏତନାମରୁ ଆସିଥିବା ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀ ସୋଆର ମେଡିକାଲ, କମ୍ପ୍ୟୁଟର ସାଇନ୍‌ସ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ହସ୍ପିଟାଲିଟି ମ୍ୟାନେଜମେଂଟ ବିଭାଗ ଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିନିଧି ଦଳର ଅନ୍ୟ ସଭ୍ୟସଭ୍ୟାମାନେ ହେଲେ ପ୍ରଫେସର ଟ୍ରାନ୍‌ କଙ୍ଗ ହୁଙ୍ଗ, ଡ. ଡିନ୍‌ ଥି ଥୁ ହୁଓଙ୍ଗ, ଡ. ଡାଓ ଭାନ ତୁଏଟ୍‌, ଡ. ହୁନ୍‌ ଡି ଥୁ, ଏମ୍‌. ଏ. ଟ୍ରୁଅଙ୍ଗ ଥି ହାଇ ଥୁଆନ୍‌, ଭୁ୍‌ଙ୍ଗ ଟିଏ ହୋଆ ଓ  ଏନଗୁଏନ୍‌ ଟ୍ରୁଅଙ୍ଗ କଙ୍ଗ ନି।

Leave A Reply

Your email address will not be published.