ହିମାଚଳରେ ପ୍ରବଳ ବର୍ଷା, ମିଳୁନି ୫୦ରୁ ଅଧିକ ଲୋକଙ୍କ ପତ୍ତା

ଓଏଲ୍ ବ୍ୟୁରୋ: କେରଳର ଦୁର୍ଦ୍ଦଶା ଶେଷ ହୋଇନଥିବାବେଳେ ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ହିମାଚଳ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦାରଖ କରୁଛନ୍ତି। ସିମିଳା, ମଣ୍ଡି, କୁଲ୍ଲୁ ଭଳି ସ୍ଥାନରେ ପାଖାପାଖି ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ରହିଛି।