Odisha Link
Bridging the Missing Links in Odisha

ଅଗଷ୍ଟ ପହିଲାରୁ ବଦଳିଲା ଏହି ୫ ନିୟମ

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ପହିଲାରୁ ଦେଶରେ ବଦଳିଲା ୫ଟି ନିୟମ। ଆଇଟିଆର ଦାଖଲ ନିୟମ ଉଲଘଂନରେ ଦଣ୍ଡବିଧାନ, କ୍ରେଡିଟ୍‌ କାର୍ଡ ନିୟମ ଓ ଗୁଗୁଲ ମ୍ୟାପ୍‌ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ସେହିପରି ଫାସଟ୍ୟାଗ କେଓ୍ବାଇସି, ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି।

ଗତ ମାସରେ ସରକାର ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ। ଚଳିତ ମାସ ଆରମ୍ଭରୁ ଗ୍ୟାସ କମ୍ପାନୀ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟରେ ୬.୫ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟର ସୂଚନା ଅନୁଯାୟୀ ଅଗଷ୍ଟରେ ମୋଟ ୧୩ ଦିନ ବ୍ୟାଙ୍କ ଛୁଟି ରହିବ। ଏପରି ସ୍ଥିତିରେ ଜନସାଧାରଣଙ୍କ ବ୍ୟାଙ୍କି ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ।

ସେହିପରି ଆଇଟିଆର ଦାଖଲ ନିୟମରେ ମଧ୍ୟ ଆଜିଠୁ ସାମାନ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ କରଦାତାମାନେ ଆଇଟିଆର ଦାଖଲରେ ବିଳମ୍ବ କରୁଥିଲେ ଆୟକର ବିଭାଗ ଆଉ ଏକ ସୁଯୋଗ ଦେଉଥିଲା। ଏବେ କିନ୍ତୁ ଏଥିରେ ବିଳମ୍ବ ହେଲେ କରଦାତାଙ୍କୁ ଜରିମାନା ଦେବାକୁ ହେବ। ଆରଟିଆଇ ଦାଖଲ ବିଳମ୍ବରେ ଆୟ ୫ଲକ୍ଷରୁ କମ୍ ଥିଲେ ୧୦୦୦ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। ୫ଲକ୍ଷରୁ ଅଧିକ ଆୟ ଥିବା କରଦାତା ୫୦୦୦ଟଙ୍କା ଜରିମାନା ଦେବେ।

ସେହିପରି ଆଜିଠୁ ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜର କ୍ରେଡିଟ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ଏଚଡିଏଫସି କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ବ୍ୟବହାରକାରୀ ମାନଙ୍କୁ ଏଣିକି ଖର୍ଚ୍ଚ ଉପରେ ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡ଼ିବ। ବିଭିନ୍ନ ଅନଲାଇନ ପେମେଣ୍ଟ ସମୟରେ କେଡ୍ରିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୧ ପ୍ରତିଶତ ଅଧିକ ଚାର୍ଜ ଦେବାକୁ ହେବ।

Leave A Reply

Your email address will not be published.