Odisha Link
Bridging the Missing Links in Odisha

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକଓ୍ବାଡ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଭାରତୀୟ କ୍ରିକେଟର କିମ୍ବଦନ୍ତୀ କ୍ରିକେଟର ଅଂଶୁୁମାନ ଗାଏକଓ୍ବାଡ। ବ୍ଲଡ କ୍ୟାନସର ରୋଗ ସହିତ ଲମ୍ବା ଲଢ଼େଇ ଲଢ଼ିବା ପରେ ୭୧ ବର୍ଷ ବୟସରେ ଅଂଶୁମାନ ଗାଏକଓ୍ବାଡଙ୍କ ପରଲୋକ ହୋଇଛି। ୧୨ ବର୍ଷର କ୍ୟାରିୟରରେ ଗାଏକଓ୍ବାଡ ୪୦ ଟେଷ୍ଟ ଓ ୧୫ଟି ଦିନିକିଆ ମ୍ୟାଚ ଖେଳିଥିଲେ। ସେ ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୨ଟି ଶତକ ବଳରେ ୨୨୫୪ ରନ୍‌ ସ୍କୋର କରିଥିଲେ। ୧୯୮୩ ମସିହାରେ ସେ ପାକିସ୍ତାନ ବିପକ୍ଷରେ ୨୦୧ ରନ୍‌ର ଦମଦାର ଇନିଂସ୍‌ ଖେଳିଥିଲେ।

ସୂଚନାଥାଉକି, କିଛି ଦିନ ତଳେ ଅଂଶୁମାନ ଗାଏକଓ୍ବାଡଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପରେ ବିସିସିଆଇ ସଚିବ ଜୟ ଶାହା ଚିକିତ୍ସା ନିମନ୍ତେ ୧ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ଅଂଶୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପ୍ରଥମେ ସନ୍ଦୀପ ପାଟିଲ ଚଳିତ ବର୍ଷ ଆରମ୍ଭରୁ ଗାଏକଓ୍ବାଡ ସ୍ବାସ୍ଥ୍ୟ ସମ୍ପର୍କୀତ ସୂଚନା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ସେତେବଳେ ସନ୍ଦୀପ ପାଟିଲ କହିଥିଲେ ଯେ ବିଗତ ୧ ବର୍ଷ ହେବ ଗାଏକଓ୍ବାଡଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ନାଇଁ। ତାଙ୍କର ଲଣ୍ଡନରେ ଚିକିତ୍ସା ଚାଲିଛି।

ସୂଚନାଥାଉକି, ୧୯୯୭ ମସିହା ଅକ୍ଟୋବରରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ୧୯୯୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ କାର୍ଯ୍ୟକାଳରେ ରହିଥିଲେ। ତାଙ୍କ ସମୟରେ ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରି କୀର୍ତ୍ତିମାନ କରିଥିଲେ। ୨୦୧୮ରେ ଗାଏକ୍ବାଡଙ୍କୁ ବିସିସିଆଇ ପକ୍ଷରୁ ସିକେ ନାୟୁଡୁ ଜୀବନବ୍ୟାପୀ ସଫଳତା ପୁରସ୍କାର ଦିଆଯାଇଥିଲା। ଗାଏକ୍ବାଡଙ୍କ ପରଲୋକରେ ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଜୟ ଶାହ ଓ ଅନେକ କ୍ରିକେଟ୍‌ପ୍ରେମୀ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.