Odisha Link
Bridging the Missing Links in Odisha

କାଲି ସୁଦ୍ଧା ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର! ସତର୍କ କରାଇଲା ଆଇଏମ୍‌ଡି

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍‌ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଜୁନ୍‌ରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇରେ ୯ ପ୍ରତିଶତ ଅଧିକ ବର୍ଷା ହୋଇଛି।

ଅନ୍ୟପଟେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ ଅନୁସାରେ, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଓ ପୁରୀକୁ ୱାର୍ଣ୍ଣିଂ ଦିଆଯାଇଛି। ସ୍ଥିତି ଦେଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦେଶ ଦେଇଛନ୍ତି। ରାସ୍ତାଘାଟରୁ ଜଳ ନିଷ୍କାସନ ପାଇଁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.