Odisha Link
Bridging the Missing Links in Odisha

ପଣ୍ୟ କାରବାରରେ ପାରାଦୀପର ନୂଆ ରେକର୍ଡ, ୪ ମାସରେ ଟପିଲା ୫୦ ନିୟୁତ ଟନ୍

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦର ପଣ୍ୟକାରବାର ରେକର୍ଡ ସୃଷ୍ଟି କରିଛି। ପଣ୍ୟ କାରବାରରେ ପାରାଦୀପ ସମସ୍ତ ରେକର୍ଡ ଭାଙ୍ଗିଛି। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର କରି ନୂଆ ରେକର୍ଡ ସୃଷ୍ଟି କରିଛି।

ଗତବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାର ଦେଶରେ ପାରାଦୀପ ପ୍ରଥମ ହୋଇଥିଲା। ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇଥିଲା। ପୂର୍ବରୁ ଲଗାତାର ପ୍ରଥମ ହେଉଥିଲା ଗୁଜରାଟ ଦୀନଦୟାଲ ପୋର୍ଟ। ଗତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍‌ ଟପିଥିଲା। କ୍ରମାଗତ ୭ମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲା ପଣ୍ୟକାରବାର। ୮ମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଲା ପଣ୍ୟକାରବାର।

କ୍ରମାଗତ ଭାବେ ସାତ ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଥିଲା। ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ଏମ୍‍.ଏମ୍‍.ଟି, ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା।

Leave A Reply

Your email address will not be published.