Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ୬ଷ୍ଠ ଦିନରେ ଭାରତୀୟଙ୍କ କ୍ରୀଡ଼ାସୂଚୀ, ସ୍ବପ୍ନିଲଙ୍କ ଉପରେ ସମସ୍ତଙ୍କ ନଜର

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ପ୍ୟାରିସ୍‌ ଅଲିମ୍ପିକ୍ସର ୬ଷ୍ଠ ଦିନର ଖେଳ। ସୁଟିଂରେ ଭାରତ ୨ଟି ପଦକ ଜିତିଥବା ବେଳେ ଆଜି ସୁଟିଂରେ ହାଟ୍ରିକ୍‌ ପଦକ ଜିତିପାରେ ଭାରତ। ଏହାର ଗୁରୁ ଦାୟିତ୍ବ ସୁଟର ସ୍ବପ୍ନିଲଙ୍କ କାନ୍ଧରେ ରହିଛି। କାରଣ ଆଜି ସ୍ବପ୍ନିଲ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ ଫାଇନାଲରେ ମୈଦାନକୁ ଓହ୍ଲାଇବେ। ସୁଟିଂ ବ୍ୟତୀତ ବକ୍ସିଂ, ତୀରନ୍ଦାଜି, ବ୍ୟାଡମିଣ୍ଟନ ଓ ହକି ଟିମ୍‌ ବି ଆଜି ମୈଦାନକୁ ଓହ୍ଲାଇବେ। ପ୍ୟାରିସ୍‌ ଅଲିମ୍ପିକ୍ସର ୬ଷ୍ଠ ଦିନରେ ଭାରତର କ’ଣ କ’ଣ ମ୍ୟାଚ୍‌ ଆଉ କେତେବଳେ ଅଛି ତାର କ୍ରୀଡ଼ାସୂଚୀ ଉପରେ ଥରେ ପକାନ୍ତୁ ନଜର।

ଆଜି ଅଲିମ୍ପିକ୍ସରେ ଭାରତୀୟଙ୍କ କ୍ରୀଡ଼ାସୂଚୀ:

ଆଥଲେଟିକ୍ସ: ଦିନ ୧୧: ପରମଜିତ୍‌ ସିଂହ ବିଷ୍ଟ, ଅକ୍ବଦୀପ ସିଂହ, ବିକାଶ ସିଂହ ( ପୁରୁଷ ୨୦ କିମି ଚାଲି)
ବ୍ୟାଡମିଣ୍ଟନ: ମଧ୍ୟାହ୍ନ ୧୨: ଲକ୍ଷ୍ୟ ସେନ୍, ଏଚ୍‌ଏସ୍‌ ପ୍ରଣୟ (ପୁରୁଷ ସିଙ୍ଗଲ୍ସ ପ୍ରି-କ୍ବାର୍ଟର ଫାଇନାଲ)
ଗଲ୍ଫ: ଅପରାହ୍ନ ୧୨.୩୦: ଗଗନଜିତ ଭୁଲାର, ଶୁଭଙ୍କର ଶର୍ମା (ପୁରୁଷ ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ରାଉଣ୍ଡ-୧)
ଆଥଲେଟିକ୍ସ: ଅପରାହ୍ନ ୧୨.୩୦: ପ୍ରିୟଙ୍କା ଗୋସ୍ବାମୀ (ମହିଳା ୨୦ କିମି ଚାଲି)
ସୁଟିଂ: ଅପରାହ୍ନ ୧: ସ୍ବପ୍ନିଲ କୁଶାଲେ (ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ଫାଇନାଲ୍)
ହକି: ଅପରାହ୍ନ ୧.୩୦: ଭାରତ ବନାମ ବେଲଜିୟମ (ପୁରୁଷ ପୁଲ୍‌-ବି)
ବକ୍ସିଂ: ଅପରାହ୍ନ ୨.୩୦: ନିଖତ ଜରିନ ବନାମ ୟିଉ ଉୟୁ (ମହିଳା ୫୦ କିଲୋ ରାଉଣ୍ଡ-୧୬)
ତୀରନ୍ଦାଜୀ: ଅପରାହ୍ନ ୨.୩୦: ପ୍ରବୀଣ ଯାଦବ ବନାମ କାଓ ଓ୍ବେନ୍‌ଚାଓ (ପୁରୁଷ ରିଜର୍ଭ ବ୍ୟକ୍ତିଗତ ରାଉଣ୍ଡ-୩୨)
ସୁଟିଂ: ଅପରାହ୍ନ ୩.୩୦: ସିଫ୍ଟ କୌର ସାମ୍‌ରା, ଅଞ୍ଜୁମ ମୌଦଗିଲ (ମହିଳା ୫୦ ମିଟର ରାଇଫଳ ଥ୍ରୀ ପୋଜିସନ୍‌ ଯୋଗ୍ୟତା ରାଉଣ୍ଡ)
ସେଲିଂ: ଅପରାହ୍ନ ୩.୪୫: ବିଷ୍ଣୁ ସରବାନନ୍‌ (ପୁରୁଷ ଡିଙ୍ଗହି ରେସ୍‌-୧, ରେସ୍-୨)
ବ୍ୟାଡମିଣ୍ଟନ: ଅପରାହ୍ନ ୪.୩୦: ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ / ଚିରାଗ ସେଟ୍ଟୀ (ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲ)
ସେଲିଂ: ରାତି ୭.୫: ନେତ୍ରା କୁମାନନ୍‌ (ମହିଳା ହିଙ୍ଗ୍‌ହି ରେସ୍‌-୧, ରେସ୍‌-୨)
ବ୍ୟାଡମିଣ୍ଟନ: ରାତି ୧୦: ପିଭି ସିନ୍ଧୁ (ମହିଳା ସିଙ୍ଗଲ୍ସ ପ୍ରି-କ୍ବାର୍ଟର ଫାଇନାଲ)
ବ୍ୟାଡମିଣ୍ଟନ: ରାତି ୧୧; ଏଚ୍‌ଏସ୍‌ ପ୍ରଣୟ ବନାମ ଡକ୍‌ ଫାଟ୍‌ ଲି (ପୁରୁଷ ସିଙ୍ଗଲ୍ସ ଗ୍ରୁପ୍‌ ମ୍ୟାଚ୍‌ )

Leave A Reply

Your email address will not be published.