Odisha Link
Bridging the Missing Links in Odisha

ସଂରକ୍ଷଣକୁ ନେଇ ସୁପ୍ରିମ୍ ରାୟ, ଏଣିକି କୋଟାରେ ରହିବ ଉପ-ବର୍ଗ

ଓଏଲ୍‌ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ସଂରକ୍ଷଣ ମଧ୍ୟରେ ସଂରକ୍ଷଣକୁ ଅନୁମୋଦନ କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି କୋଟା ଭିତରେ କୋଟା ସୃଷ୍ଟି କରାଯାଇପାରିବ। ସିଜେଆଇ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତିର ଉପ-ବର୍ଗୀକରଣ ଧାରା ୧୪କୁ ଉଲ୍ଲଂଘନ କରୁନାହିଁ। କାରଣ ଏହି ଉପ-ବର୍ଗଗୁଡିକ ତାଲିକାରୁ ବାଦ ପଡ଼ିନାହିଁ।
ସୁପ୍ରିମକୋର୍ଟର ୭ ଜଣିଆ ବିଚାରପତିଙ୍କ ବେଞ୍ଚ ବହୁମତ ସହ କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମଧ୍ୟରେ ରାଜ୍ୟ ସରକାର ଉପ-ବର୍ଗ ସୃଷ୍ଟି କରିପାରିବେ।

କୋର୍ଟ କହିଛନ୍ତି ଯେ ଅନୁଚ୍ଛେଦ ୧୫, ୧୬ରେ ଏମିତି କିଛି ନାହିଁ, ଯାହାକି ରାଜ୍ୟକୁ କୌଣସି ଜାତିକୁ ଉପ-ବର୍ଗ କରିବାରେ ବାରଣ କରିଥାଏ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଉପ-ବର୍ଗୀକରଣର ଆଧାର ରାଜ୍ୟର ସଠିକ ତଥ୍ୟ ଉପରେ ଆଧାରିତ ହେବା ଉଚିତ। ଏହି ପ୍ରସଙ୍ଗରେ ରାଜ୍ୟ ନିଜ ଇଚ୍ଛାରେ କାର୍ଯ୍ୟ କରିପାରିବ ନାହିଁ। ୨୦୦୪ ମସିହାରେ ଇଭି ଚିନ୍ନାୟା ମାମଲାରେ ଦିଆଯାଇଥିବା ୫ ଜଣ ବିଚାରପତିଙ୍କ ନିଷ୍ପତ୍ତିକୁ ୭ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। ୨୦୦୪ରେ ଦିଆଯାଇଥିବା ସେହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି/ ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ୬:୧ ସହିତ ନିଷ୍ପତ୍ତି ନେଇଛୁ ଯେ ଏସସି, ଏସଟି କୋଟାରେ ଉପ-ବର୍ଗୀକରଣ କରାଯାଇପାରିବ।

Leave A Reply

Your email address will not be published.