ସଂସଦରେ ଆଲୋଚନା ବେଳେ ରାଗିଗଲେ ଅଶ୍ବିନୀ ବୈଷ୍ଣବ, କହିଗଲେ ଏହି ସବୁ କଥା…

ଓଏଲ୍ ବ୍ୟୁରୋ: ଲୋକସଭା ଅଧିବେଶନରେ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଦୁର୍ଘଟଣାକୁ ନେଇ ମନ୍ତବ୍ୟ ରଖିଥିଲେ। ଏହି ସମୟରେ ହଠାତ ରାଗି ଯାଇଥିବା ଜଣା ପଡିଛି। ରେଳ ଦୁର୍ଘଟଣାକୁ ବିରୋଧୀ ଲୋକସଭାରେ ବିରୋଧ କରୁଥିବାବେଳେ ହଠାତ ରାଗି ଯାଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିବା ସହିତ ସେ କହିଥିଲେ, ଆମେ କେବଳ ରିଲ୍ସ ବନେଇବା ଲୋକ ନୁହଁ। ଆମେ ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁ ବୋଲି ରେଳ ମନ୍ତ୍ରୀ କହିଛନ୍ତି।
ତେବେ ରେଳ ଦୁର୍ଘଟଣାକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏ ନେଇ ଗୃହରେ ଉତ୍ତର ରଖୁଥିଲେ। ଏହି ସମୟରେ ବିରୋଧୀମାନେ ହଙ୍ଗାମା କରିଥିଲେ। ଯାହାପରେ ଅଶ୍ୱିନୀ ବୈଷ୍ଣବ ବିରକ୍ତ ଅନୁଭବ କରିବା ସହିତ କହିଥିଲେ, ଚୁପ୍ ହେଇ ବସନ୍ତୁ। ମଝିରେ ମଝିରେ କିଛି ବି ଆପଣ କହୁଛନ୍ତି। ଯେତେବେଳେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିଲେ, ସେତେବେଳେ ଦୁର୍ଘଟଣା ପ୍ରତିଶତ ୦.୨୪ରୁ କମି ୦.୧୯ ହେଇଯାଇଥିଲା। ହେଲେ ଆଜି ଦୁର୍ଘଟଣା ପ୍ରତିଶତ ୦.୧୯ରୁ ଖସି ୦.୦୩ ହେଇସାରିଛି।
ତଥାପି ଲୋକ ଆମକୁ ଦୋଷ ଦେଉଛନ୍ତି ବୋଲି ଲୋକସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏଥିସହିତ ରେଳମନ୍ତ୍ରୀ ବିରୋଧୀଙ୍କୁ ଆହୁରି ମଧ୍ୟ କହିଥିଲେ ଯେ, ସେମାନଙ୍କୁ ପଚରାଯିବା ଦରକାର ଯେ, ସରକାରରେ ୫୮ ବର୍ଷ ସହିବା ପରେ ବି ଏକ କିଲୋମିଟର ବି ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ କାହିଁକି ଲଗେଇପାରିଲେନି?