Odisha Link
Bridging the Missing Links in Odisha

ଭିଜିଲାନ୍ସ ବିଭାଗର ଚଢ଼ାଉ, ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ। ଗତ କିଛି ଦିନ ଲଗାତାର କୁବେର ବାବୁଙ୍କ ପରେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଗିରଫ ହୋଇଛନ୍ତି। ୫ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଗୋଲାମୁଣ୍ଡା ବିଡିଓ। ଭବାନୀପାଟଣାରୁ ମିଟିଂ ଫେରିବା ବେଳେ ଧରାପଡ଼ିଥିଲେ। ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଲା ଭିଜିଲାନ୍ସ। ଭବାନୀପାଟଣାରୁ ଏକ ବୈଠକ ସାରି ଫେରୁଥିବା ବେଳେ ଜାରିଙ୍ଗ ଛକ ନିକଟରେ ବିଡିଓଙ୍କୁ ଅଟକାଇଥିଲା ଭିଜିଲାନ୍ସ। ତାଙ୍କ ସରକାରୀ କାରରୁ ନଗଦ ୪ ଲକ୍ଷ ୯୨ ଟଙ୍କା ଟଙ୍କା ଜବତ ହୋଇଛି।

ତେବେ ଟଙ୍କା ନେଉଥିବା ଖବର ପୂର୍ବରୁ ପାଇଥିଲା ଭିଜିଲାନ୍ସ। ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ ବିଡିଓ। ତାଙ୍କ ବ୍ୟତୀତ ଏହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡିଛି। ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇ ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି।

Leave A Reply

Your email address will not be published.