Odisha Link
Bridging the Missing Links in Odisha

ଶଙ୍ଖ ଭବନରେ ବିଜେଡିର ବୈଠକ, ବରିଷ୍ଠ ନେତାଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ସାମିଲ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ହେଲେ ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ। ଏସବୁ ଭିତରେ ଶାସକଦଳକୁ ନଜରରେ ରଖିବା ପାଇଁ ବିଜେଡି କସରତ ଆରମ୍ଭ କରିଛି। ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ବୈଠକ ଜାରି ହୋଇଛି। ଏହି ବୈଠକରେ ବିଜେଡିର ବୈଠକରେ ବରିଷ୍ଠ ନେତା ଓ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.