Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କୁବେର ଅଧୀକ୍ଷଣ ଯନ୍ତ୍ରୀ, ଠାବ ହେଲାଣି ୮୦ରୁ ଅଧିକ ପ୍ଲଟ

ଓଏଲ୍ ବ୍ୟୁରୋ: ବାଲେଶ୍ବର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଡାଉ ବେଳେ ମିଳିଲା ବ୍ୟାଗ୍ ଭର୍ତି ପୁଳା ପୁଳା ଟଙ୍କା ଓ ସୁନା ଗହଣା। ରେଡ୍ ସମୟରେ ପାଖାପାଖି ୧୧ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ଘର ଓ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

ଜଳେଶ୍ବର ବଡ଼ ବଜାରରେ ଥିବା ତାଙ୍କ ପୈତୃକ ଘର, ବଡ଼ ବଜାରରେ ନୂଆ କରି ତିଆରି ହେଉଥିବା ୫ ମହଲା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛନ୍ତି। ଏହା ସହ ବଡ଼ବଜାରରେ ଥିବା କୋଠା ସହ ମାର୍କେଟ୍ କମ୍ପ୍ଲେକ୍ସ, ଆଇଟିଆଇଟି ଛକରେ ଥିବା ସରକାରୀ ବାସଭବନ, ଅଫିସ୍ ଓ ଜଳେଶ୍ବରରେ ଥିବା ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି।

ରେଡ୍ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଟଙ୍କା ଭର୍ତି ବ୍ୟାଗ ମିଳିଛି। ଏହା ସହ କିଛି ବ୍ୟାଙ୍କ ଜମା ଓ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଗୋଟିଏ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ, ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ୍‌ ସୁନା, ଗୋଟିଏ କାର୍‌ ଠାବ ହୋଇଛି।

Leave A Reply

Your email address will not be published.