Odisha Link
Bridging the Missing Links in Odisha

ରାଜ୍ୟପାଳ ସମ୍ମିଳନୀ-୨୦୨୪ ଅନୁଷ୍ଠିତ, ଉଦଘାଟନ କଲେ ମହାମହିମ

ଓଏଲ୍ ବ୍ୟୁରୋ: ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ୨୦୨୪ ରାଜ୍ୟପାଳ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି। ଏହି ବୈଠକରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ଏହି ଅବସରରେ ମଧ୍ୟ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।

ମହାମହିମ ରାଷ୍ଟ୍ରପତି ଉଦବୋଧନ ଦେଇ କହିଛନ୍ତି ଯେ, ଏହି ସମ୍ମିଳନୀର ବିଚାରବିମର୍ଶ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ହେବ। ଏହା ସହ ସେମାନଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବ। ଗୁଣାତ୍ମକ ଶିକ୍ଷା, ଗରିବ ଏବଂ ବଞ୍ଚିତ ବିଭାଗର ବିକାଶ, ଯୁବ ବିକାଶ, ଜଳବାୟୁ ପରିବର୍ତ୍ତନ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ରାଷ୍ଟ୍ରପତି ମୁର୍ମୁ ଆଲୋକପାତ କରିଥିଲେ।

Leave A Reply

Your email address will not be published.