Odisha Link
Bridging the Missing Links in Odisha

ପରଲୋକରେ ଅବସରପ୍ରାପ୍ତ ପ୍ରଫେସର ପ୍ରଦୀପ ମହାପାତ୍ର, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି। ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ମୁଖ୍ୟ ଥିଲେ ପ୍ରଦୀପ ମହାପାତ୍ର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ମହାପାତ୍ରଙ୍କ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଥିଲେ ଡକ୍ଟର ପ୍ରଦୀପ ମହାପାତ୍ର। ପ୍ରଫେସର ପ୍ରଦୀପ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ୱିଟରେ ଲେଖିଛନ୍ତି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ। ଅବସର ପରେ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର ସକ୍ରିୟ ରହି ଅନେକ ଲେଖା ଓ ପୁସ୍ତକ ରଚନା କରିଥିଲେ। ତାଙ୍କର ଦେହାବସାନ ଯୋଗୁଁ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି।ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି।

ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ ଯୋଗୁଁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା। ଏହି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

Leave A Reply

Your email address will not be published.