Odisha Link
Bridging the Missing Links in Odisha

ନିଟ୍ ପେପର ଲିକ୍ ମାମଲା: ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଓଏଲ୍ ବ୍ୟୁରୋ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି, କୌଣସି ବଡ଼ଧରଣ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ଜଣା ପଡିଛି। କୌଣସି ବ୍ୟବସ୍ଥାଗତ ପ୍ରଶ୍ନପତ୍ର ଲିକ ହୋଇନଥିବାବେଳେ କେବଳ ପାଟଣା, ହଜାରୀବାଗରେ ହୋଇଛି। ତେବେ ଆଗାମୀ ଦିନରେ ତ୍ୱରିତ ପଦକ୍ଷେପ ସହ ବ୍ୟବସ୍ତାକୁ ଆହୁରି କଡା କରାଯିବ ବୋଲି କହିଛନ୍ତି।

ପୂର୍ବରୁ ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ଚଳିତ ବର୍ଷ ପାଇଁ ଏକ ନୂତନ ନିଟ୍ ପରୀକ୍ଷା ନିର୍ଦ୍ଦେଶ ଦେବା ଗୁରୁତର ପରିଣାମ ହେବ ଯାହା ପରୀକ୍ଷାରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ କ୍ଷତି ପହଞ୍ଚାଇବ। ତେବେ ଏହି ମାମଲାରେ କୋର୍ଟ ସମ୍ପୂର୍ଣ୍ଣ ରାୟ ପ୍ରକାଶ ନକରି ରାୟକୁ ସଂରକ୍ଷିତ ରଖିଥିଲେ।

ସୂଚନା ଅନୁସାରେ, ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲା। ପ୍ରଥମେ ବିହାରରେ ପେପର ଲିକ୍ ହୋଇଥିବା ସୂଚନା ମିଳିଥିଲା। ଫଳାଫଳକୁ ନେଇ ମଧ୍ୟ ସନ୍ଦେହ କରାଯାଇଥିଲା। କାରଣ ଏହି ପରୀକ୍ଷାଫଳ ମୁତାବକ ୬୭ ଜଣ ଟପ୍ପର ହୋଇଥିଲେ ଓ ଅନେକ ପରୀକ୍ଷା କେନ୍ଦ୍ରରେ ଏକାଧିକ ଟପ୍ପର ଥିବା ଜଣାପଡିଥିଲା। ଏହି ପରୀକ୍ଷା କେନ୍ଦ୍ରଗୁଡିକୁ ନେଇ ସନ୍ଦେହ ଦେଖାଦେଇଥିଲା। ଏହାକୁ ନେଇ କିଛି ପରୀକ୍ଷାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.