Odisha Link
Bridging the Missing Links in Odisha

୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା, କାହିଁକି ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ ପରେ ଆକ୍ସନ ମୁଡରେ ବିଜେପି ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ୧୬ ଜଣିଆ ମନ୍ତ୍ରି ମଣ୍ଡଳ ଗଠନ ହୋଇଥିଲା। ଏଥିସହିତ ବିଜେପି ସରକାରର ପ୍ରଥମ ବଜେଟ୍‌ ଅଧିବେଶନ ବି ଅନୁଷ୍ଠିତ ହୋଇଛି। ସରକାର ଗଠନ କରିବାର ପାଖାପାଖୀ ୨ ମାସ ପରେ ତୃଣମୃଳ ସ୍ଥରରେ ପହଁଞ୍ଚିବା ପାଇଁ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି।

ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ରାଜ୍ୟର ୧୫ ମନ୍ତ୍ରୀ ୩୦ ଜିଲ୍ଲା ବୁଲି ଲୋକଙ୍କ ସହିତ ଯୋଡ଼ି ହେବେ। ବଜେଟ୍‌ର ବିଭିନ୍ନ ଦିଗକୁ ନେଇ ସାଧାରଣ ଜନତାଙ୍କ ସହିତ ଆଲୋଚନା କରିବେ ମନ୍ତ୍ରୀ। ସରକାରଙ୍କ ଐତିହାସିକ ନିଷ୍ପତ୍ତି ଲୋକଙ୍କ ପାଖରେ ପହଞ୍ଚାଇବେ ମନ୍ତ୍ରୀ। ଲୋକଙ୍କ ସହିତ ବଜେଟ୍‌ ଚର୍ଚ୍ଚା କରି ରିପୋର୍ଟ ଦେବାକୁ କୁହାଯାଇଥିବା ଆଇନ୍‌ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.