Odisha Link
Bridging the Missing Links in Odisha

ଲକ୍ଷ୍ୟଠାରୁ ଗୋଟିଏ ବିଜୟ ଦୂରରେ ଲକ୍ଷ୍ୟ ସେନ୍, ରବିବାର ଖେଳିବେ ସେମି ମୁକାବିଲା

ଓଏଲ୍‌ ବ୍ୟୁରୋ: ଭାରତର ଷ୍ଟାର ବ୍ୟାଡିମଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ପ୍ୟାରିସ୍‌ ଅଲିମ୍ପିକ୍ସର ୯ମ ଦିନରେ ପୁରୁଷ ଏକକ ବର୍ଗ ବ୍ୟାଡିମଣ୍ଟନର ସେମି ଫାଇନାଲ ମୁକାବିଲା ଖେଳିବେ। ସୁପର ସଣ୍ଡେରେ ହେବାକୁ ଥିବା ସୁପର ମୁକାବିଲାରେ ଲକ୍ଷ୍ୟ ସେନ୍‌ ଡିଫେଣ୍ଡିଂ ଚାମ୍ପିଅନ୍‌ ଭିକ୍ଟର ଏକ୍ସେଲନଙ୍କ ବିପକ୍ଷରେ ଖେଳିବେ।

ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ଲକ୍ଷ୍ୟ ସେନ୍‌ ଶୁକ୍ରବାର କ୍ବାର୍ଟର ଫାଇନାଲ ମୁକାବିଲାରେ ଚୀନି ତାଇପେର ଚାଓ ଟିଏନ ଚେନଙ୍କୁ ହରାଇ ଭାରତୀୟ ବ୍ୟାଡମିଣ୍ଟନରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ପୁରୁଷ ବ୍ୟାଡିମଣ୍ଟନ ଖେଳାଳି ଭାବେ ଲକ୍ଷ୍ୟ ସେନ୍‌ ସେମି ଫାଇନାଲକୁ ପ୍ରବେଶ କରିଛନ୍ତି।

ସେମିରେ ଲକ୍ଷ୍ୟଙ୍କ ଯାତ୍ରା ସେତେ ସହଜ ହେବ ନାହିଁ। କାରଣ ଭିକ୍ଟର ଏକ୍ସେଲନଙ୍କ ବିପକ୍ଷରେ ଖେଳିବେ ଲକ୍ଷ୍ୟ ସେନ୍। ଡେନମାର୍କର ଓଡେନ୍ସର ବାସିନ୍ଦା ୩୦ ବର୍ଷିୟ ଭିକ୍ଟର ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଓ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ସବୁଠାରୁ ବଡ଼କଥା ହେଲା ୨୦୨୧ ଡିସେମ୍ବରରୁ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ସେ ବିଶ୍ବର ଏକ ନମ୍ବର ବ୍ୟାଡିମଣ୍ଟନ ଖେଳାଳି ତାଲିକାରେ ଅଛନ୍ତି।

ଲକ୍ଷ୍ୟ ସେନ୍‌ଙ୍କୁ ଡେନମାର୍କର ଏହି ଖେଳାଳି ୭ଥର ହରାଇଛନ୍ତି। ଭିକ୍ଟରଙ୍କୁ ମାତ୍ର ଥରୁଟିଏ ଲକ୍ଷ୍ୟ ସେନ୍‌ ହରାଇବାରେ ସଫଳ ହୋଇଛନ୍ତି। ୨୦୨୨ ଜର୍ମାନ ଓପନରେ ହରାଇଥିଲେ ଲକ୍ଷ୍ୟ ସେନ୍।

Leave A Reply

Your email address will not be published.