Odisha Link
Bridging the Missing Links in Odisha

ମଉଳିଲା ପଦକ ଆଶା, କ୍ବାର୍ଟର ଫାଇନାଲରେ ହାରିଲେ ମହିଳା ତୀରନ୍ଦାଜ ଦୀପିକା କୁମାରୀ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୮ମ ଦିନରେ ଭାରତୀୟ ତୀରନ୍ଦାଜ ଖେଳାଳି ଦୀପିକା କୁମାରୀଙ୍କୁ ନିରାଶ ହେବାକୁ ପଡ଼ିଛି। କ୍ବାର୍ଟର ଫାଇନାଲ ମୁକାବିଲରେ କୋରିଆ ଖେଳାଳି ସୁ ହୋଏନ୍‌ଙ୍କଠୁ ପରାସ୍ତ ହୋଇଛନ୍ତି ଦୀପିକା କୁମାରୀ।

କ୍ବାର୍ଟର ଫାଇନାଲ ମୁକାବିଲାର ପ୍ରଥମ ସେଟ୍‌ ଦୀପିକା କୁମାରୀ ୨୮-୨୬ରେ ଜିତିଥିଲେ। ପରେ ଦ୍ବୀତିୟ ସେଟ୍‌ରେ ୨୫-୨୮ରେ ହାରିଥିଲେ। ପରେ ତୃତୀୟ ସେଟ୍‌ରେ ଦୀପିକା କୁମାରୀ ଜିତି ଲିଡ୍‌ ନେଇଥିଲେ। ହେଲେ କୋରିଆ ଖେଳାଳି ସୁ ହୋଏନ୍‌ ୪ର୍ଥ ଓ ୫ମ ସେଟ୍‌ ଜିତି ସେମି ଫାଇନାଲକୁ ପ୍ରବେଶ କରିଛନ୍ତି।

ଏହାପୂର୍ବରୁ ପ୍ରି କ୍ୱାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ୬-୪ରେ ଜର୍ମାନୀର ମିଚେଲ କ୍ରୋପେନଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଥିଲେ। ଦୀପିକା ପ୍ରଥମ ସେଟକୁ ୨୭-୨୪ରେ ଜିତିଥିବା ବେଳେ ଦ୍ୱିତୀୟ ସେଟ ୨୭-୨୭ରେ ଟାଇ ହୋଇଥିଲା। ତୃତୀୟ ସେଟକୁ ଦୀପିକା ୨୬-୨୧୫ରେ ପୁଣି ଜିତିଥିଲେ। ୪ର୍ଥ ସେଟକୁ ୨୯-୨୭ରେ ଜିତି ନେଇଥିଲେ କ୍ରୋପେନ। ୫ମ ସେଟ ୨୭-୨୭ରେ ଟାଇ ହେବାକୁ ଦୀପିକା ୬-୪ରେ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Leave A Reply

Your email address will not be published.