ସେପ୍ଟେମ୍ବର ୧୦ ଯାଏଁ BSKY, କେବେଠୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
ଓଏଲ୍ ବ୍ୟୁରୋ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେଓ୍ବାଇ)କୁ ନେଇ ଆସିଲା ବଡ଼ ଖବର। ସେପ୍ଟେମ୍ବର ୧୦ ତାରିଖ ପରେ ରାଜ୍ୟରେ ଲାଗୁହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ସେ ପର୍ଯ୍ୟନ୍ତ ପୂର୍ବଭଳି ବିଏସ୍କେଓ୍ବାଇ ଜାରି ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମୁକେଶ ମହାଲିଙ୍ଗ କହିଛନ୍ତି, ବଜେଟ ଆପ୍ରୋପ୍ରିଏସନ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରୀୟା ଆରମ୍ଭ ହେବ। ଏହାସହ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ। ବିଏସକେୱାଇ କାର୍ଡ ଚାଲୁ ରହିଛି। ବିଏସ୍କେଓ୍ବାଇ କାର୍ଡ ହତିାଧିକାରୀଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ।
ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।