Odisha Link
Bridging the Missing Links in Odisha

ବିମାନବନ୍ଦରରେ ବନ୍ୟା ପାଣି, ବିମାନ ଚଳାଚଳ ପ୍ରଭାବିତ

ଓଏଲ୍‌ ବ୍ୟୁରୋ: ପୂର୍ବ ଭାରତରେ ଲାଗି ରହିଛି ଲଗାଣ ବର୍ଷା। ଯାହାର ପ୍ରଭାବରେ ଜୀବନଯାତ୍ରା ପ୍ରବାହିତ ହୋଇଛି। ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ପ୍ରବଳ ପାଣି ଜମିବା ଫଳରେ ବିମାନ ଉଡାଣ ବାତିଲ ହୋଇଛି ।

ଆଜି ସକାଳୁ ପ୍ରବଳ ବର୍ଷା ପରେ ବିମାନବନ୍ଦର ଭିତରେ ପାଣି ପ୍ରବେଶ କରିଥିଲା। ଫଳରେ ବିମାନବନ୍ଦରର ରନୱେରେ ପାଣି ଲହଡି ଭାଙ୍ଗିଥିଲା। ଯେଉଁଥିପାଇଁ ରନୱେରେ ବିମାନ ଲ୍ୟାଣ୍ଡିଂ ଓ ଟେକ ଅଫ୍ ବନ୍ଦ ରହିଛି। ବିମାନବନ୍ଦରରେ ପାଣି ପଶିବା ଫଳରେ ଏୟାରଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଓ ସ୍ପାଇସଜେଟ୍ ବିମାନ ଟେକ ଅଫ କରିପାରିନି। ବିମାନ ଉଡାଣ ନ ହେବା ଯୋଗୁ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳ, ହାୱଡା, ସଲ୍ଟ ଲେକ୍ ଏବଂ ବାରାକପୁରରେ ଲଗାଣ ବର୍ଷା ଯୋଗୁଁ ବିବିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.