Odisha Link
Bridging the Missing Links in Odisha

ମାଲକାନଗିରି: ଆଉ ରାସ୍ତାରେ ଗଡ଼ିବନି ଲକ୍ଷ୍ମୀ ଏସି ବସ୍

ଓଏଲ୍‌ ବ୍ୟୁରୋ: ଳକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଭିତରେ ଆସିଲା ବଡ଼ ଖବର। ମାଲକାନଗିରିରେ ଆଉ ଗଡ଼ବିନ ଲକ୍ଷ୍ମୀ ଏସ୍‌ ବସ୍। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରିର ୬ଟି ରୁଟ୍‌ରେ ବସ୍‌ ଚଳାଚଳ ବାତିଲ ହୋଇଛି। ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ୍ ବାତିଲ ହୋଇଛି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ଏନେଇ ଓଏସ୍‌ଆରଟିସି ମାଲକାନଗିରି ପକ୍ଷରଚ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଥାଉକି, ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ କରାଯାଇଛି।

Leave A Reply

Your email address will not be published.