ପ୍ୟାରିସ୍ ଅଲିମ୍ପିକ୍ସ: ୮ମ ଦିନରେ ଭାରତୀୟଙ୍କ କ୍ରୀଡ଼ାସୂଚୀ, ମନୁଙ୍କ ଉପରେ ସାରା ବିଶ୍ବର ନଜର
![](https://www.odishalink.com/wp-content/uploads/2024/07/Manu-Bhaker-update-750x430.jpg)
ଓଏଲ୍ ବ୍ୟୁରୋ: ପ୍ୟାରିିସ୍ ଅଲିମ୍ପିକ୍ସର ଆଜି ୮ମ ଦିନ। ଆଜି ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ଭାରତକୁ ମିଳିପାରେ ପ୍ରଥମ ସ୍ବର୍ଣ୍ଣ ପଦକ। ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ତାଙ୍କ ପାଖରେ ଅଲିମ୍ପିକ୍ସରେ ଓ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି। ଆଜି ଅପରାହ୍ନ ୧ରେ ଖେଳାଯିବାକୁ ଥିବା ୨୫ ମିଟର ଏୟାର ପିସ୍ତଲ ମହିଳା ବିଭାଗର ଫାଇନାଲ ମୁକାବିଲା ଖେଳାଯିବ। ଏଥିରେ ଯଦି ଦମଦାର ପ୍ରଦର୍ଶନ ଜାରି ରଖନ୍ତି ତେବେ ସେ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ପାରନ୍ତି।
ସେହିପରି ଆଜି ତୀରନ୍ଦାଜୀ ଦଳ ଉପରେ ସମସ୍ତଙ୍କ ନଜର ରହିବ। ଦୀପିକା କୁମାରୀ ଓ ଭଜନ କୌର ଆଜି ଆକ୍ସନ ମୁଡକୁ ଆସିବେ। ତୀରନ୍ଦାଜୀରେ ପଦକ ଜିତିବା ପାଇଁ ମୌକା ରହିଛି। ସେହିପରି ପୁରୁଷ ବିଭାଗ ବକ୍ସିଂରେ ନିଶାନ୍ତ ଦେବ କ୍ବାର୍ଟର ଫାଇନାଲ ମୁକାବିଲା ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ।
ଆଜି ଅଲିମ୍ପିକ୍ସରେ ଭାରତୀୟଙ୍କ କ୍ରୀଡ଼ାସୂଚୀ:
ସୁଟିଂ: ଅପରାହ୍ନ ୧୨.୩୦: ରାଇଜା ଧିଲୋଁ, ମାହେଶ୍ବରୀ ଚୌହାନ (ମହିଳା ସ୍କିଟ୍ ଯୋଗ୍ୟତା ରାଉଣ୍ଡ୍)
: ଅନନ୍ତ ଜିତ ସିଂହ ନାରୁକା (ପୁରୁଷ ସ୍କିଟ୍ ଯୋଗ୍ୟତା ରାଉଣ୍ଡ୍)
ଗଲ୍ଫ: ଅପରାହ୍ନ ୧୨.୩୦: ଶୁଭଙ୍କର ଶର୍ମା, ଗଗନଜିତ ଭୁଲାର (ପୁରୁଷ ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ-୩)
ସୁଟି: ଅପରାହ୍ନ ୧: ମନୁ ଭାକର (ମହିଳା ୨୫ ମି. ଫାଇନାଲ୍ )
ତୀରନ୍ଦାଜୀ: ଅପରାହ୍ନ ୧.୫୨: ଦୀପିକା କୁମାରୀ ବନାମ ମିଚେଲ କ୍ରୋପେନ (ମହିଳା ରିକର୍ଭ ବ୍ୟକ୍ତିଗତ ପ୍ରି-କ୍ବାର୍ଟର ଫାଇନାଲ୍)
: ଭଜନ କୌର ବନାମ ଡାୟନନ୍ଦା ଚୋଇରୁନିସା (ମହିଳା ରିକର୍ଭ ବ୍ୟକ୍ତିଗତ ପ୍ରି-କ୍ବାର୍ଟର ଫାଇନାଲ୍)
ସେଲିଂ: ଅପରାହ୍ନ ୩.୫୦: ବିଷ୍ଣୁ ସରବାନନନ୍ (ପୁରୁଷ ଡିଙ୍ଗ୍ହି ରେସ୍ ୫ ଓ ୬)
ତୀରନ୍ଦାଜୀ: ଅପରାହ୍ନ ୪.୩୦: ଦୀପିକା କୁମାରୀ, ଭଜନ କୌର (ଯୋଗ୍ୟତା ଅର୍ଜନ କଲେ କ୍ବାର୍ଟର, ସେମି, ଫାଇନାଲ)
ସେଲିଂ: ଅପରାହ୍ନ ୫.୫୫: ନେତ୍ରା କୁମାନନ୍ (ମହିଳା ଡିଙ୍ଗ୍ହି ରେସ୍ ୪,୫,୬)
ସୁଟିଂ: ରାତି ୭: ଅନନ୍ତ ଜିତ ସିଂହ ନାରୁକା (ଯୋଗ୍ୟତା ଅର୍ଜନ କଲେ ଫାଇନାଲ୍)
ବକ୍ସିଂ: ରାତି ୧୨.୦୮: ନିଶାନ୍ତ ଦେବ ବନାମ ମାର୍କୋ ଉର୍ଡି (ପୁରୁଷ ୭୧ କିଲୋ ବର୍ଗ କ୍ବାର୍ଟର ଫାଇନାଲ୍)