Odisha Link
Bridging the Missing Links in Odisha

ତୀରନ୍ଦାଜରେ ମିଶ୍ରିତ ଫଳ: କ୍ୱାର୍ଟର ଫାଇନାଲରେ ଦୀପିକା, ଭଜନ କୌରଙ୍କ ଯାତ୍ରା ଶେଷ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୮ମ ଦିନରେ ଭାରତୀୟ ତୀରନ୍ଦାଜ ଖେଳାଳି ଦୀପିକା କୁମାରୀ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି। ମହିଳା ଏକକ ବର୍ଗର ଆଉ ପ୍ରି କ୍ୱାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ୬-୪ରେ ଜର୍ମାନୀର ମିଚେଲ କ୍ରୋପେନଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି।

ଦୀପିକା ପ୍ରଥମ ସେଟକୁ ୨୭-୨୪ରେ ଜିତିଥିବା ବେଳେ ଦ୍ୱିତୀୟ ସେଟ ୨୭-୨୭ରେ ଟାଇ ହୋଇଥିଲା। ତୃତୀୟ ସେଟକୁ ଦୀପିକା ୨୬-୨୧୫ରେ ପୁଣି ଜିତିଥିଲେ। ୪ର୍ଥ ସେଟକୁ ୨୯-୨୭ରେ ଜିତି ନେଇଥିଲେ କ୍ରୋପେନ। ୫ମ ସେଟ ୨୭-୨୭ରେ ଟାଇ ହେବାକୁ ଦୀପିକା ୬-୪ରେ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଅନ୍ୟପଟେ ଭାରତର ଅନ୍ୟତମ ଯୁବ ତୀରନ୍ଦାଜ ଭଜନ କୌର ପ୍ରି-କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି। ସେ ଦମଦାର ପ୍ରଦର୍ଶନ କରିଥିଲେ ହେଁ ଶୁଟ ଅ‍ଫରେ ଇଣ୍ଡୋନେସିଆର ଦିୟାନନ୍ଦା ଠାରୁ ହାରି ଯାଇଛନ୍ତି। ଏବେ ଦୀପିକାଙ୍କ ମୁକାବିଲା ଭଜନଙ୍କୁ ହରାଇଥିବା ଇଣ୍ଡୋନେସିଆର ଦୟାନନ୍ଦାଙ୍କ ସହ ହେବ।

Leave A Reply

Your email address will not be published.