Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଅବସରରେ ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ଚିତାଲାଗି ନୀତି। ଶ୍ରୀମନ୍ଦିରରେ ରବିବାର ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏଣୁ ଆପାତତଃ ଅପରାହ୍ନ ୨ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।

ସ୍ନାନ ପୂର୍ଣ୍ଣିମାରେ ଠାକୁରେ ଅଣସରକୁ ବିଜେ ହେବା ପରେ ଏହି ଚିତାକୁ କଢ଼ାଯାଇଥିଲା। ଆଜି ଅସଲ ରତ୍ନଚିତା ଲାଗି ହେବ। ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀ ଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ପ୍ରଥମ ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ। ପରେ ପୁଷ୍ପାଳକ ସେବାୟତ ତିନିବାଡ଼ରେ ମଇଲମ କରିବେ। ଶ୍ରୀଦେବୀ ଓ ଭୂଦେବୀଙ୍କୁ ପୁଷ୍ପାଳକ ସେବକମାନେ ରତ୍ନ ସିଂହାସନରୁ ହାତରେ ବିଜେ କରାଇ ଆଣି ଖଟ ଶେଜରେ ବିଜେ କରିବେ।

ପରେ ସୁଦ୍ଧ ସୁଆରମାନେ ରତ୍ନ ସିଂହାସନ ତଳେ ସ୍ବର୍ଣ୍ଣ ଓଷ ପ୍ରସ୍ତୁତ କରିବେ। ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ। ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ। ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଚିତା ଅକ୍ଷତ ରହିବ।

Leave A Reply

Your email address will not be published.