କ୍ବାର୍ଟର ଫାଇନାଲରେ ଶ୍ରୀଜେଶ୍ଙ୍କ ଯାଦୁ: ଟିମ୍ ଇଣ୍ଡିଆର ଦମଦାର ବିଜୟ, ସେମିରେ ଭାରତ
![](https://www.odishalink.com/wp-content/uploads/2024/08/Indian-Hockey-team--750x430.png)
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ହକି ବିଭାଗର ସେମି ଫାଇନାଲରେ ଭାରତୀୟ ହକି ଦଳର ପ୍ରବେଶ। କ୍ବାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ୍ ବ୍ରିଟେନ୍କୁ ସୁଟ୍ ଆଉଟ୍ରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ସୁଟ୍ ଆଉଟ୍ରେ ୪-୨ରେ ବିଜୟ ହାସଲ କରିଛି ଭାରତ। ଏଥିସହିତ ପ୍ରାୟ ୩୮ ମିନିଟ୍ର ଖେଳ ୧୦ ଜଣ ଖେଳାଳିଙ୍କ ସହିତ ଭାରତ ଖେଳିଥିଲା। ଭାରତର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିବା ହେତୁ ସେ ମ୍ୟାଚରୁ ବାଦ ପଡ଼ିଥିଲେ। ଯାହାଫଳରା ୧୦ ଜଣ ଖେଳାଳିଙ୍କ ସହିତ ଭାରତ ସମ୍ପୂର୍ଣ୍ଣ ମ୍ୟାଚ୍ ଖେଳିଥିଲା।