ପ୍ୟାରିସ୍ ଅଲିମ୍ପିକ୍ସ: ୯ମ ଦିନରେ ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ ଉପରେ ପକାନ୍ତୁ ନଜର
![](https://www.odishalink.com/wp-content/uploads/2024/08/Screenshot-2024-08-04-105024-750x430.png)
ଓଏଲ୍ ବ୍ୟୁରୋ: ପ୍ୟାରିିସ୍ ଅଲିମ୍ପିକ୍ସର ଆଜି ୯ମ ଦିନ। ଆଜି ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଆଜି ବ୍ୟାଡମିଣ୍ଟନ ବିଭାଗର ପୁରୁଷ ଏକକ ବିଭାଗର ସେମି ଫାଇନାଲ ମୁକାବିଲା ଖେଳିବେ ଭାରତର ଷ୍ଟାର ବ୍ୟାଡିମଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍। ସୁପର ସଣ୍ଡେରେ ହେବାକୁ ଥିବା ସୁପର ମୁକାବିଲାରେ ଲକ୍ଷ୍ୟ ସେନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଭିକ୍ଟର ଏକ୍ସେଲନଙ୍କ ବିପକ୍ଷରେ ଖେଳିବେ। ଯଦି ଲକ୍ଷ୍ୟ ଏହି ମ୍ୟାଚ ଜିତନ୍ତି ତେବେ ଫାଇନାଲରେ ପ୍ରବେଶ କରିବେ। ହାରିଲେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବେ ଲକ୍ଷ୍ୟ ସେନ୍।
ସେହିପରି ଭାରତୀୟ ହକି ଦଳ ଆଜି କ୍ବାର୍ଟର ଫାଇନାଲ ମୁକାବିଲା ଖେଳିବ। ବ୍ରିଟେନ୍ ବିପକ୍ଷରେ ଆଜି ମୈଦାନକୁ ଓହ୍ଲାଇବ ଭାରତ। ସେହିପରି ବକ୍ସିଂର ମହିଳା ବିଭାଗରେ ଲଭଲିନା ବି ମୈଦାନକୁ ଓହ୍ଲାଇବେ। ତେବେ ଭାରତୀୟ ଖେଳାଳିଙ୍କ ଆଜିର କ୍ରୀଡ଼ାସୂଚୀ ଉପରେ ପକାନ୍ତୁ ନଜର।
ଆଜି ଅଲିମ୍ପିକ୍ସରେ ଭାରତୀୟଙ୍କ କ୍ରୀଡ଼ାସୂଚୀ:
ଗଲ୍ଫ: ଅପରାହ୍ନ ୧୨.୩୦: ଶୁଭଙ୍କର ଶର୍ମା, ଗଗନଜିତ ଭୁଲାର (ପୁରୁଷ ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ-୪)
ସୁଟିଂ: ଅପରାହ୍ନ ୧୨.୩୦: ବିଜୟବୀର ସିଦ୍ଧୁ, ଅନୀଶ (୨୫ ମିଟର ରାପିଡ୍ ଫାୟାର ପିସ୍ତଲ ଯୋଗ୍ୟତା ରାଉଣ୍ଡ୍)
ଅପରାହ୍ନ ୧ : ମହୋଶ୍ବରୀ ଚୌହାନ, ରାଇଜା ଧିଲୋଁ (ମହିଳା ସ୍କିଟ୍ ଯୋଗ୍ୟତା ରାଉଣ୍ଡ୍)
ହକି: ଅପରାହ୍ନ ୧.୩୦: ଭାରତ ବନାମ ବ୍ରିଟେନ (କ୍ବାର୍ଟର ଫାଇନାଲ୍ )
ଆଥଲେଟିକ୍ସ: ଅପରାହ୍ନ ୧.୩୫: ପାରୁଲ ଚୌଧୁରୀ (ମହିଳା ୩,୦୦୦ ମିଟର ଷ୍ଟିପଲ୍ଚେଜ୍ ରାଉଣ୍ଡ୍)
ଅପରାହ୍ନ: ୨.୩୦: ଜେସଓ୍ବିନ୍ ଆଲଡ୍ରିନ୍ (ପୁରୁଷ ଲଙ୍ଗଜମ୍ପ ଯୋଗ୍ୟତା ରାଉଣ୍ଡ୍)
ବକ୍ସିଂ: ଅପରାହ୍ନ ୩: ଲଭ୍ଲିନା ବୋର୍ଗୋହେଁ ବନାମ ଲି କିୟାନ (ମହିଳା ୭୫ କିଲୋ ବର୍ଗ କ୍ବାର୍ଟର ଫାଇନାଲ୍)
ବ୍ୟାଡିମଣ୍ଟନ: ଅପରାହ୍ନ ୩.୩୦: ଲକ୍ଷ୍ୟ ସେନ୍ ବନାମ ଭିକ୍ଟର ଆକ୍ସଲେସନ୍ (ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲ୍)
ସେଲିଂ: ଅପରାହ୍ନ ୩.୫୦: ବିଷ୍ଣୁ ସରବାନନ୍ (ପୁରୁଷ ଡିଙ୍ଗ୍ହି ରେସ୍ ୭ ଓ ୮)
ସୁଟିଂ: ଅପରାହ୍ନ ୪.୩୦: ବିଜୟବୀର ସିଦ୍ଧୁ, ଅନୀଶ (୨୫ ମିଟର ରାପିଡ୍ ଫାୟାର ପିିସ୍ତଲ ଯୋଗ୍ୟତା ରାଉଣ୍ଡ୍-୨)
ସେଲିଂ: ସନ୍ଧ୍ୟା ୬.୦୫: ନେତ୍ରା କୁମାନନ୍ (ମହିଳା ଡିଙ୍ଗ୍ହି ରେସ୍ ୭,୮)