Odisha Link
Bridging the Missing Links in Odisha

ଅର୍ପଣ ଚାଉଳ ପ୍ରସଙ୍ଗ: ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଲା ପରିଚାଳନା କମିଟି

ଓଏଲ୍ ବ୍ୟୁରୋ: ୧୦ ହଜାର ଉର୍ଦ୍ଧ୍ବ କୁଇଣ୍ଟାଲ୍ ଅର୍ପଣ ଚାଉଳରେ ପୋକ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ। ଏନେଇ ମୁଖ୍ୟ ପ୍ରଶାସକଙ୍କୁ ଭେଟି ତାକୁ ଆବଶ୍ୟକ କରୁଥିବା ଲୋକ ମାନଙ୍କୁ ବାଣ୍ଟି ଦେବା ପାଇଁ ଆଲୋଚନା କରିଥିଲେ ସୁଆର ମହାସୁଆର ନିଯୋଗ। ଏନେଇ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଲା ପରିଚାଳନା କମିଟି। ଚାଉଳ ସଂପର୍କରେ ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ। ଆଲୋଚନା କରି ସରକାରଙ୍କୁ ପ୍ରସ୍ତାବ ଦେବେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ। ଶେଷରେ ସରକାର ନିଷ୍ପତ୍ତି ନେବେ।

ପୂର୍ବରୁ ଆଇନ ମନ୍ତ୍ରୀ କହିଥିଲେ, ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ। ପୂର୍ବରୁ ମଧ୍ୟ ଏହା କୁହାଯାଇଛି। କିନ୍ତୁ ପୂର୍ବ ସରକାର ଏହା ଶୁଣିବାକୁ ନାରାଜ ଥିଲେ। କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ଏବଂ ନିଜ ଜିଦରେ ଅଟଳ ଥିଲେ। ଖେଚୁଡ଼ି ଭୋଗ କରି ଠାକୁରଙ୍କ ପାଖେ ଭୋଗ କରିବାକୁ ଚେଷ୍ଟା ଚଳାଇଥିଲେ। କିନ୍ତୁ ଅର୍ପଣ ଚାଉଳ ପ୍ରସାଦ ଯୋଗ୍ୟ ନୁହେଁ ବୋଲି ସେବାୟତ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ବୋଲି କହିଛନ୍ତି ଆଇନମନ୍ତ୍ରୀ।

Leave A Reply

Your email address will not be published.