Odisha Link
Bridging the Missing Links in Odisha

ବାଂଲାଦେଶ ସ୍ଥିତି ଅଣାୟତ୍ତ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା

ଓଏଲ୍ ବ୍ୟୁରୋ: ରବିବାର ସକାଳେ ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଆହତ ହୋଇଛନ୍ତି। ଏସବୁ ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶତାଧିକ ବିକ୍ଷୋଭକାରୀ ତାଙ୍କ ବାସଭବନ ଢାକା ପ୍ୟାଲେସରେ ପ୍ରବେଶ କରିଥିଲେ। ଏହା ପରେ ସେ ସାମରିକ ହେଲିକପ୍ଟରରେ ଭାରତ ଯାଇଥିବା ଚର୍ଚ୍ଚା ହେଉଛି।

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ସୁରକ୍ଷା ଦୃଷ୍ଟିରୁ ହସିନା ଏବଂ ତାଙ୍କ ଭଉଣୀଙ୍କୁ ବାସଭବନରୁ ନିରାପଦ ସ୍ଥାନକୁ ନିଆଯାଇଛି। ହସିନା ନିଜ ଭଉଣୀ ସହିତ ବିମାନ ଯୋଗେ ଭାରତ ପଳାଇ ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ହସିନାଙ୍କ ଇସ୍ତଫାର କିଛି ସମୟ ପରେ ଦେଶର ସେନା କ୍ଷମତା ହାତକୁ ନେଇପାରେ।

Leave A Reply

Your email address will not be published.