Odisha Link
Bridging the Missing Links in Odisha

‘ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରରେ ଆରମ୍ଭ ହେବ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ’

ଓଏଲ୍ ବ୍ୟୁରୋ: ଭୁବନେଶ୍ଵର ସ୍ଥିତ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜଣ ଅଭିଯୋଗ ଶୁଣାଣି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଅଭିଯୋଗ ଶୁଣାଣି ପାଇଁ ଆଜି ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ପ୍ରାୟ ୧୦୦୦ ପାଖାପାଖି ଲୋକ ପଞ୍ଜିକରଣ କରିଥିବା ନେଇ ସୂଚନା ମିଳିଥିବା ବେଳେ ଶୁଣାଣି ସ୍ଥଳରେ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇଛି।

ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ। ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୭୫୦ ପଞ୍ଜୀକରଣ ହୋଇଥିଲା। ସବୁ ସୋମବାର କେଉଁଠି ନା କେଉଁଠି ମନ୍ତ୍ରୀ ରହି ଅଭିଯୋଗ ଶୁଣିବେ। ୩ ମାସରେ ଥରେ ଆସୁଥିବା ଅଭିଯୋଗ ଓ ସମାଧାନର ସମୀକ୍ଷା ହେବ। ବ୍ଳକ ସ୍ତରର ସମସ୍ୟାକୁ ୭ ଦିନ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Leave A Reply

Your email address will not be published.