କେରଳ ଭୂସ୍ଖଳନ: ଏବେବି ଶତାଧିକ ନିଖୋଜ, ଜୀବନ ସନ୍ଧାନ କରୁଛି ଓଡ଼ିଶାର ‘ଷ୍ଟର୍ମ’

ଓଏଲ୍ ବ୍ୟୁରୋ: କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା। ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଚଳାଇଛନ୍ତି ସେନା ସମେତ ବିଭିନ୍ନ ସଂସ୍ଥା। ବିରାଟ ବିରାଟ ପଥର ହଟାଇ, ପୂରା ପୋତି ହୋଇଯାଇଥିବା ଘର ଭିତରେ କିଏ ଫସିଛି ତ, ଧ୍ବଂସାବଶେଷ ତଳେ କିଏ ପୋତି ରହିଛି, ତାହା ଜାଣିବା କଷ୍ଟସାଧ୍ୟ ହୋଇପଡ଼ୁଛି।
କେରଳ ୱାୟନାଡର ପ୍ରଳୟଙ୍କରୀ ବାତ୍ୟାରେ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଓଡିଶା ପୁଲିସ ଟିମ ସହ ବ୍ରହ୍ମପୁର ପୁଲିସ ଜିଲ୍ଲାର ସନ୍ଧାନୀ କୁକୁର ଷ୍ଟର୍ମଙ୍କୁ ନେଇ ୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ କେରଳ ଗସ୍ତରେ ଯାଇଛନ୍ତି। ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୬୦ ଟପିଥିବା ବେଳେ, ଏବେବି ଜଣେ ଓଡ଼ିଆଙ୍କ ସମେତ ୨ ଶହରୁ ଅଧିକ ନିଖୋଜ ଅଛନ୍ତି।