ଶ୍ରାବଣ ମାସରେ ବଡ଼ ଅଘଟଣ, ଆଖିବୁଜିଲେ ୮ କାଉଡିଆ

ଓଏଲ୍ ବ୍ୟୁରୋ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଶହ ଶହ କାଉଡିଆ ପ୍ରଭୁ ଶିବଙ୍କୁ ଜଳଲାଗି କରିବା ଅଭିମୁଖେ ଯାତ୍ରା ଜରୁଛନ୍ତି। ଏସବୁ ଭିତରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ ହୋଇଛି।ବୈଶାଲି ଜିଲ୍ଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଅଘଟଣ ହୋଇଛି। ୬ରୁ ଅଧିକ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।