Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ହେଲେ ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ। ଏସବୁ ଭିତରେ ନିର୍ବାଚନୀ ଅନିୟମିତତା ମାମଲାରେ ୩ ବିଧାୟକଙ୍କୁ ନୋଟିସ୍ ଜାରି ହୋଇଛି। ଟଙ୍କଧର ତ୍ରିପାଠୀ, ଅଶ୍ବିନୀ ପାତ୍ର, ବିଜେଡିର ବ୍ୟୋମକେଶ ରାୟଙ୍କୁ ଜବାବ ଦାଖଲ କରିବାକୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି।

ଅନ୍ୟପଟେ, ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ଝାରସୁଗୁଡା ଆସନ। କାରଣ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ନୋଟିସ କରିଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ ଝାରସୁଗୁଡ଼ା ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କରିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିଜୟକୁ ଅସିଦ୍ଧ ଘୋଷଣା ପାଇଁ ଆବେଦନ କରିଛନ୍ତି। ନାମାଙ୍କନରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ପିଟିସନ୍‌ରେ ଦର୍ଶାଇଥିବା ଅଭିଯୋଗ ରହିଛି। ଅପରାଧିକ ମାମଲା ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.