Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନଭଣ୍ଡାର ମରାମତି ନେଇ ହେବ ଆଲୋଚନା

ଓଏଲ୍ ବ୍ୟୁରୋ: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହେବା ନେଇ ଏଜେଣ୍ଡା ରହିଛି। ପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଏସଓପି ଗଠନ ହୋଇଥିବା ବେଳେ ସେହି ଅନୁସାରେ ଭଣ୍ଡାର ଘର ଖୋଲାଯାଇଥିଲା। ତେବେ ଆଜି ବୈଠକରେ ମୁଖ୍ୟତଃ ରତ୍ନଭଣ୍ଡାର ଘର ମରାମତି ନେଇ ଆଲୋଚନା କରାଯାଇ ଏସଓପି ଗଠନ କରାଯିବ। ଏସଓପି ପରେ ଏହାକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ସକାଳ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବ।

Leave A Reply

Your email address will not be published.