Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ଭିସିରେ ଯୋଡ଼ିହେଲେ ଗଜପତି ମହାରାଜା

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯୋଗ ଦେଇଥିବାବେଳେ ଆଭାସୀ ଯୋଗେ ଯୋଡ଼ିହେଲେ ଗଜପତି ମହାରାଜା। ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହେବା ନେଇ ଏଜେଣ୍ଡା ରହିଛି। ପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଏସଓପି ଗଠନ ହୋଇଥିବା ବେଳେ ସେହି ଅନୁସାରେ ଭଣ୍ଡାର ଘର ଖୋଲାଯାଇଥିଲା। ତେବେ ଆଜି ବୈଠକରେ ମୁଖ୍ୟତଃ ରତ୍ନଭଣ୍ଡାର ଘର ମରାମତି ନେଇ ଆଲୋଚନା କରାଯାଇ ଏସଓପି ଗଠନ କରାଯିବ। ଏସଓପି ପରେ ଏହାକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ।

Leave A Reply

Your email address will not be published.