Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ, ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ କଲେ ଆଲୋଚନା

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ରାଜ୍ୟରେ ବିଜେପି ଶାସନ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ୮,୯ ନୁହେଁ ବର୍ଣ ୨୦ ଆସନରେ ବିଜେପି ସାଂସଦ ବାଜିମାତ କରିଛନ୍ତି। ଯାହା କେନ୍ଦ୍ରୀୟ ବଳ ବଢ଼ାଇଥିବା ସ୍ପଷ୍ଟ ହୋଇଛି।

ତେବେ ଓଡ଼ିଶାର ବିକାଶ ନେଇ ଗୁରୁତ୍ୱ ମିଳିବା ଏବଂ ଓଡ଼ିଶାର ଅସ୍ମିତାକୁ ଆଗକୁ ନେବା ପାଇଁ ଶାସକଦଳ ତତ୍ପରତା ଦେଖାଇଛି। ଏସବୁ ଭିତରେ ଓଡ଼ିଶାର ସମସ୍ତ ବିଜେପି ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ଡାକରା ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି। ଓଡ଼ିଶାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.