ଅଲିମ୍ପିକ୍ସ: ଦୁଇଟି ବ୍ରୋଞ୍ଜ ପଦକ ମ୍ୟାଚ୍ ହାରିଲା ଭାରତ, ୪ର୍ଥ ସ୍ଥାନରେ ରହିଲେ ଲକ୍ଷ୍ୟ ସେନ୍
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସର ୧୦ମ ଦିନରେ ଭାରତ ହାତ ଖାଲି ରହିଛି। ଦୁଇଟି ବ୍ରୋଞ୍ଜ ପଦକ ମ୍ୟାଚ୍ ଭାରତୀୟ ଖେଳାଳି ଖେଳିଥିଲେ ସୁଦ୍ଧା ପଦକ ହାସଲ କରିବାରେ ସଫଳ ହୋଇନାହାନ୍ତି। ଭାରତାର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବ୍ରୋଞ୍ଜ ପଦକ ମ୍ୟାଚରେ ମାଲେସିଆ ଖେଳାଳିଙ୍କଠୁ ୨-୧ରେ ହାରିଛନ୍ତି। ଏଥିସହିତ ୪ର୍ଥ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି ଲକ୍ଷ୍ୟ ସେନ୍। ଆହତ ହେବା ସତ୍ତ୍ବେ ଲକ୍ଷ୍ୟ ସେନ୍ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ। ହାତରୁ ବ୍ଲଡ ବାହାରୁଥିବା ସତ୍ତ୍ବେ ଲକ୍ଷ୍ୟ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଖେଳିଥିଲେ।
ସେହିପରି ଆଜି ଅପରାହ୍ନରେ ଭାରତ ପାଇଁ ଖୁସି ଖବର ଆଣିଥିଲେ ମାହେଶ୍ବରୀ-ଅନନ୍ତ ଯୋଡ଼ି। ହେଲେ ସନ୍ଧ୍ୟାରେ ସାମ୍ନାକୁ ଆସିଛି ଦୁଃଖଦ ଖବର। ସ୍କିଟ୍ ମିକ୍ସଡ୍ର ବ୍ରୋଞ୍ଜ ପଦକ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଭାରତର ମାହେଶ୍ବରୀ ଚୌହାନ ଓ ଅନନ୍ତ ଜିତ ସିଂହ ନାରୁକା ଯୋଡ଼ି। ସ୍କିଟ୍ ମିକ୍ହଡ୍ ଟିମ୍ ଯୋଗ୍ୟତା ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ୪ର୍ଥ ସ୍ଥାନ ହାସଲ କରିଥିଲେ ଭାରତର ଦୁଇ ଖେଳାଳି।
ସ୍କିଟ୍ ମିକ୍ସଡ୍ ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚ୍ ଭାଇଁ ଭାରତୀୟ ଖେଳାଳି ଚାଇନା ଖେଳାଳିଙ୍କ ବିପକ୍ଷରେ ଖେଳିଥିଲେ। ହେଲେ ୪୪-୪୩ ପଏଣ୍ଟରେ ଚାଇନା ଦଳ ବିଜୟ ହାସଲ କରିବା ସହିତ ବ୍ରୋଞ୍ଜ ପଦକ ହାତେଇ ନେଇଛି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ଖେଳାଳି ମୋଟ ୧୪୬ ପଏଣ୍ଟ ହାସଲ କରି ୪ର୍ଥ ସ୍ଥାନରେ ରହିଥିଲେ ।