Odisha Link
Bridging the Missing Links in Odisha

ନିବେଶକ ହରାଇଲେ ୧୭ ଲକ୍ଷ କୋଟି, ସେନସେକ୍ସ ୨୪୦୦ ପଏଣ୍ଟ ତଳକୁ ଖସିଲା

ଓଏଲ୍‌ ବ୍ୟୁରୋ: ଆମେରିକା ବଜାରରେ ବିମୁଦ୍ରୀକରଣର ଆଶଙ୍କା। ଏହି ଖବର ଆସିବା ପରେ ଭାରତୀୟ ବଜାର ହଲଚଲ। ଭାରତର ସେେୟାର ବଜାରରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଆଜିର କାରବାର ଆରମ୍ଭରୁ ସେନସେକ୍ସ ପାଖାପାଖି ୨୪୦୦ ପଏଣ୍ଟ ତଳକୁ ଖସି ଯାଇଛି। ଯାହାଫଳରେ ୭୮,୬୦୦ରେ କାରବାର ଆରମ୍ଭ କରିଥିଳା ସେନସେକ୍ସ। ସେହିପରି ନିଫ୍ଟି ବି ୭୦୦ ପଏଣ୍ଟ ତଳକୁ ଖସି ୨୪ ହଜାର ସ୍ତରରେ କାରବାର ଆରମ୍ଭ କରିଥିଲା।

ଆଜିର କାରବାରରେ ନିଫ୍ଟି ରିୟଲିଟି, ବ୍ୟାଙ୍କ, ମେଟାଲ ଓ ଅଟୋ ଇଣ୍ଡେକ୍ସରେ ୪ ପ୍ରତିଶତ ତଳକୁ ଖସିଛି ସେୟାର। ସେହିପରି ଆଇଟି, ମିଡିଆ ଓ ଅଏଲ୍‌ ଇଣ୍ଡେକ୍ସ ବି ୩ ପ୍ରତିଶତ ତଳକୁ ଖସିଛି। ସେନସେକ୍ସର ଟପ୍‌ ଲୁଜରରେ ଟାଟା ମୋଟର୍ସ, ଆଦାନୀ ପୋର୍ଟ, ଟାଟା ଷ୍ଟିଲ, ଇନଫୋସିସ୍‌ ଓ ଜେଏସ୍‌ଡବ୍ଳୁ ରହିଛି। ପାଖାପାଖି ୫ ପ୍ରତିଶତ ତଳକୁ ଖସିଛି ସେୟାର।

ଇରାନ-ଇଜ୍ରାଏଲ ଯୁଦ୍ଧ ଆଶଙ୍କା, ବଜାରରେ ପ୍ରଭାବ

-ଇରାନ୍-ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ଆଶଙ୍କା କାରଣରୁ ଗ୍ଲୋବାଲ ମାର୍କେଟରେ ନେଗେଟିଭ ସେଣ୍ଟିମେଣ୍ଟ ରହିଛି। ଯାହାର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ଦେଖିବାକୁ ମିଳିଛି।
– ଆମେରିକାରେ ବିମୁଦ୍ରୀକରଣର ଆଶଙ୍କା ବଢ଼ିଛି। ଯାହାଫଳରେ କିଛି ଦିନ ହେବ ଆମେରିକା ବଜାର ତଳ ମୁହାଁ ହୋଇଛି। ଯାହାର ପ୍ରଭାବ ବିଶ୍ବ ବଜାରରେ ଦେଖିବାକୁ ମିଳିଛି।

ବଜାର ତଳମୁହାଁ, ନିବେଶକ ହରାଇଲେ ୧୭ ଲକ୍ଷ କୋଟି ଟଙ୍କା

ସେୟାର ବଜାର ତଳମୁହାଁ ହେବା ଫଳରେ ନିବେଶକ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସ୍‌ଇରେ ଲିଷ୍ଟେଡ କମ୍ପାନୀର ଓଭରଅଲ ମାର୍କେଟ କ୍ୟାପ ୪୪୦ ଲକ୍ଷ କୋଟିରେ ପହଁଞ୍ଚିଛି। ଶୁକ୍ରବାର ପର୍ଯ୍ୟନ୍ତ ତାହା ୪୫୭ ଲକ୍ଷ କୋଟି ଥିଲା।

Leave A Reply

Your email address will not be published.