Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ରତ୍ନଭଣ୍ଡାର ମରାମତି ପାଇଁ ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଜି ସ୍ୱତନ୍ତ୍ର ବୈଠକ ବସିଥିବା ବେଳେ ୫ଟିରୁ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ରତ୍ନଭଣ୍ଡାରକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଗଲା। ଆଲୋଚନା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ପ୍ରାଥମିକ ଭାବେ ରତ୍ନଭଣ୍ଡାରରେ ଥିବା ପୁରୁଣା ଆଲମୀରା ଓ ସିନ୍ଦୁକକୁ ସ୍ଥାନାନ୍ତର କରାଯିବ। ଏନେଇ ଏସଓପି ଗଠନ କରାଯାଇଛି।

ସେହିପରି ରତ୍ନଭଣ୍ଡାର ମରାମତି ନେଇ ମଧ୍ୟ ସ୍ୱତନ୍ତ୍ର ଏସଓପି ଗଠନ କରାଯାଇଛି ଯାହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏଥିସହ ଶ୍ରୀମନ୍ଦିର ଜମିକୁ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଏଲେକ୍ଟ୍ରିକ ବସକୁ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା ପରିଚାଳନା ନେଇ ପ୍ରସ୍ତାବ।

ଅର୍ପଣ ଚାଉଳକୁ ନେଇ ଆଲୋଚନା ହୋଇଥିବା ବେଳେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ। ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ନିଯୁକ୍ତି ସଂସ୍ଥା ଦ୍ୱାରା ଶ୍ରୀମନ୍ଦିରରେ ଏଣିକି ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିର ଥାନାକୁ ମଡେଲ ଥାନା ନିର୍ମାଣ ନେଇ ଏସ୍ପି ପ୍ରସ୍ତାବ ଦେଇଥିବା ବେଳେ ଜମି ଓ ଭିତ୍ତିଭୂମି ଯୋଗାଇବା ପାଇଁ ପରିଚାଳନା କମିଟି ସରକାରଙ୍କ ସହଯୋଗ ଲୋଡିଛି।ରାଜ୍ୟ ସରକାର ଖଣି ଖାଦାନ ନିୟମରେ ପରିବର୍ତନ କରିଥିବା ହେତୁ ଶ୍ରୀମନ୍ଦିର ଖଣି ଖାଦନର ନିଲାମ ପ୍ରକ୍ରିୟାକୁ ଏଣିକି ସ୍ୱତନ୍ତ୍ର ଅଧିକାରୀ ଦ୍ୱାରା କରିବା ନେଇ ପରିଚାଳନା କମିଟି ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.