Odisha Link
Bridging the Missing Links in Odisha

କିଏ ହେବେ ପିସିସି ସଭାପତି? ଦିଲ୍ଲୀରୁ ଫେରି ତାରା ବାହିନୀପତି ଦେଲେ ବଡ଼ ବୟାନ

ଓଏଲ୍ ବ୍ୟୁରୋ: କିଏ ହେବେ ନୂଆ ପିସିସି ସଭାପତି ? ଯୁବ ନା ବରିଷ୍ଠଙ୍କୁ ମିଳିବ ମଙ୍ଗୁଆଳ ହେବାର ସୁଯୋଗ, ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ସହ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ତେବେ ଏସବୁ ପ୍ରଶ୍ନ ଭିତରେ ତାରା ବାହିନୀପତିଙ୍କୁ ନେଇ ଚର୍ଚ୍ଚା ମଧ୍ୟ ବଢିଥିଲା। ତାରା ବାହିନୀପତି ଦିଲ୍ଲୀରୁ ଫେରିବା ପରେ ମନ୍ତବ୍ୟ ରଖିଛନ୍ତି।

ତାରା ବାହିନୀପତି କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା। ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲି। ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ରାଜି। କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର ଅଧିକାର ଥିଲା, ହେଲିନି। ପିସିସି ସଭାପତି ଦୌଡ଼ରେ ନାହିଁ। କାହାକୁ ଅନୁରୋଧ କରି ମୋର ପିସିସି ସଭାପତି ହେବାର ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

Leave A Reply

Your email address will not be published.