Odisha Link
Bridging the Missing Links in Odisha

ଭାରତୀୟ ସଂସଦରେ ବାଂଲାଦେଶ ଝଡ଼, ରାଜ୍ୟସଭାରେ ବିବୃତି ରଖିଲେ ବୈଦେଶିକ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ବାଂଲାଦେଶର ସରକାର ଭାଙ୍ଗିଯାଇଛି। ଏସବୁ ଭିତରେ ଭାରତୀୟ ସଂସଦରେ ଆଜି ବାଂଲାଦେଶକୁ ନେଇ ଝଡ ଦେଖିବାକୁ ମିଳିଛି। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି ବାଂଲାଦେଶରେ ୧୯ ହଜାର ଭାରତୀୟ ରହିଛନ୍ତି। ଏହାସହ ସେ ଢାକାର ସେନା ସହ ସଂପର୍କରେ ଥିବା କଥା ମଧ୍ୟ ସୂଚିତ କରିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଭାରତ-ବାଂଲାଦେଶ ସମ୍ପର୍କ ମଜଭୁତ ରହିଛି। ଭାରତ ଆସିବା ପୂର୍ବରୁ ଅନୁମତି ମାଗିଥିଲେ ହସିନା। ଭାରତ ସୀମା ହାଇ ଆଲର୍ଟରେ ଅଛି ବୋଲି ଏସ୍ ଜୟଶଂକର କହିଛନ୍ତି।

ଭାରତର ସଂସଦରେ ଚାଲିଛି ସର୍ବଦଳୀୟ ବୈଠକ। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାଂଲାଦେଶରେ ହେଉଥିବା ହିଂସାକାଣ୍ଡର ସମସ୍ତ ବିବରଣୀ ଉପରେ ମତ ଦେଇଥିଲେ। ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ। ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ଭିତରେ ବାଂଲାଦେଶରେ ଫସିଥିବା ଭାରତୀୟଙ୍କୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଛନ୍ତି।

Leave A Reply

Your email address will not be published.