ପୁଣି ବିଗିଡ଼ିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା, ଡାକ୍ତରଖାନାରେ ଚାଲିଛି ଚିକିତ୍ସା
![](https://www.odishalink.com/wp-content/uploads/2024/08/a.jpg)
ଓଏଲ୍ ବ୍ୟୁରୋ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି। ବିଜେପିର ଭେଟେରାନ୍ ନେତା ଆଡ଼ଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପୃକ୍ତ ମେଡିକାଲର ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିବାରୁ ତାଙ୍କୁ ଦିଲ୍ଲୀ ଆପୋଲୋ ହସ୍ପିଟାଲରେ ଭଟ୍ଟୀ କରାଯାଇଛି।
ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ଦିନ ହେବ ଅସୁସ୍ଥ ରହିଛନ୍ତି। ପୂର୍ବରୁ ମଧ୍ୟ ସ୍ଵାସ୍ଥ୍ୟବସ୍ଥାରେ ଅସୁସ୍ଥତା ପରିଲକ୍ଷିତ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଲାଲକୃଷ୍ଣ ଆଡଭାନୀ ଥିଲେ ଉପପ୍ରଧାନମନ୍ତ୍ରୀ। ଚଳିତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ସୂଚନାଥାଉକି, ଗତ ମାର୍ଚ୍ଚ ମାସରେ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଫେବ୍ରୁଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାରତ ରତ୍ନ ଦେବା ପାଇଁ ଘୋଷଣା କରିଥିଲେ।