Odisha Link
Bridging the Missing Links in Odisha

ବାଂଲାଦେଶରେ ବଢୁଛି ହିଂସା, ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ବଢ଼ିବାରେ ଲାଗିଛି ହିଂସା। ଭାରତର ସଂସଦରେ ଚାଲିଛି ସର୍ବଦଳୀୟ ବୈଠକ। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାଂଲାଦେଶରେ ହେଉଥିବା ହିଂସାକାଣ୍ଡର ସମସ୍ତ ବିବରଣୀ ଉପରେ ମତ ରଖୁଛନ୍ତି। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ବୈଠକରେ ସରକାରୀ ଦଳର ପ୍ରତିନିଧି, ବିରୋଧି ଦଳ ପ୍ରତିନିଧିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଛନ୍ତି।

ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ। ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ଭିତରେ ବାଂଲାଦେଶରେ ଫସିଥିବା ଭାରତୀୟଙ୍କୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଛନ୍ତି ।

ଅନ୍ୟପଟେ, ବାଂଲାଦେଶକୁ ଟ୍ରେନ୍‌ ଚଳାଚଳ ଓ ବିମାନ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। କୋଲକାତା-ଢାକା ଓ କୋଲକାତା-ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ରପ୍ରେସ୍ ଓ ବନ୍ଧନ ଏକ୍ସପ୍ରେସ୍ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଏୟାର ଇଣ୍ଡିଆ ମଧ୍ୟ ବାଂଲାଦେଶକୁ ବିମାନ ସେବା ବାତିଲ୍ କରିଛି। ଢାକାକୁ ଯାତ୍ରା କରୁଥିବା ସମସ୍ତ ବିମାନକୁ ବାତିଲ କରିଛି ଏୟାର ଇଣ୍ଡିଆ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାଂଲାଦେଶକୁ ଟ୍ରେନ୍ ଓ ଏୟାର ଇଣ୍ଡିଆର କୌଣସି ବିମାନ ଚଳାଚଳ କରିବ ନାହିଁ।

Leave A Reply

Your email address will not be published.