ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ ନୂଆଖାଇ ପର୍ବ
ଓଏଲ୍ ବ୍ୟୁରୋ: ଦୁଲୁକିବ ଗାଁ ଦାଣ୍ଡରୁ ସହରର ଗଳିକନ୍ଦି। ଏକ ହେବେ ପରିବାରର ସମସ୍ତ ସଦସ୍ୟ। କାରଣ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ। ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି ହେବ। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ। ବଲାଙ୍ଗୀର ଜିଲ୍ଲା ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଛନ୍ତି। ଏହା ପରେ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି।